ମୋଦି ବାଟବଣା: ରାଜ୍ୟସଭା ଯିବେ ବିଟୁ

ନୂଆଦିଲ୍ଲୀ: କିଛିଦିନ ପରେ ରାଜ୍ୟ ସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ହେବାକୁ ଥିବାବେଳେ ଭାରତୀୟ ଜନତା ପାର୍ଟି  ହରିୟାଣା କେନ୍ଦ୍ର ମନ୍ତ୍ରୀ ବିଟୁଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇବାକୁ ଯାଉଛି। ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୨୧ ଅଗଷ୍ଟ। ଏଭଳି ପରିସ୍ଥିତିରେ ତାଙ୍କୁ ରାଜ୍ୟ ସଭାକୁ ପଠାଇବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ରବନୀତ ସିଂ ବିଟୁ କଂଗ୍ରେସ ଛାଡି ୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବିଟୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବେଅନ୍ତ ସିଂଙ୍କ ନାତି ଏବଂ ପୂର୍ବତନ ମନ୍ତ୍ରୀ ତେଜ ପ୍ରକାଶ ସିଂଙ୍କ ପୁଅ ଅଟନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ତାଙ୍କୁ ଲୁଧିଆନାରୁ ଟିକେଟ ଦେଇଥିଲା, କିନ୍ତୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂ ରାଜା ଭେଡିଂଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଏହା ପରେ ମଧ୍ୟ ଭାଜପା ବିଟୁଙ୍କୁ ମୋଦି ୩.୦ ରେ କେନ୍ଦ୍ର ମନ୍ତ୍ରୀ କରିଛନ୍ତି। ପଞ୍ଜାବ ବ୍ୟତୀତ ୯ଟି ରାଜ୍ୟରେ ୧୨ଟି ଆସନ ପାଇଁ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ପଞ୍ଜାବରେ ରାଜ୍ୟ ସଭା ଆସନ ୨୦୨୮ପୂର୍ବରୁ ଖାଲି ରହିବ ନାହିଁ। ଏଭଳି ପରିସ୍ଥିତିରେ ବିଟୁଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଯାଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *