ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନର ହୀନ ଷଡଯନ୍ତ ବନ୍ଦ କରି ରେଭେନ୍ସାରେ ଖାଲି ପଡିଥିବା ଅଧ୍ୟାପକ, ପ୍ରଫେସର ପଦବୀ ତୁରନ୍ତ ପୂରଣ କରିବା ସହ ଗୁଣାତ୍ମକ ବିକାଶ ପାଇଁ ରେଭେନ୍ସାର ଭିତିଭୂମି ସୁଦୃଢ କରିବା, ରେଭେନ୍ସା ଆଲୁମୁନିମାନଙ୍କ ନାମରେ ମିଛ ଏତଲା ପ୍ରତ୍ୟାହର ଦାବିରେ ଆଜି ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଆଇଡିଏସଓ ରାଜ୍ୟ ସମ୍ପାଦକ ତଥା ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ୱରେ ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଏଆଇଡିଏସଓର ସର୍ବଭାରତୀୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଗଣେଶ ତ୍ରିପାଠୀ, ରେଭେନ୍ସାର ପୂର୍ବତନ ଛାତ୍ର ନେତା ବବି ବଳବନ୍ତ ରାୟ, ରେଖା ଦଣ୍ଡପାଟ, ଏଆଇଡିଏସଓ ରାଜ୍ୟ ଉପ-ସଭାପତି ନିରୁପମା ବେହେରା, ଭାଗ୍ୟରବି ଦାସ, କୋଷାଧ୍ୟକ୍ଷ ସପ୍ତର୍ଷୀନୀ ରାଉଳ, ବିନୋଦ ସେଠୀ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୂଖ ନିଜ ନିଜ ବକ୍ତବ୍ୟରେ କହିଲେ; କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଏଭଳି ଉଦ୍ଭଟ ଘୃଣ୍ୟ ମନ୍ତବ୍ୟ କୁ ପ୍ରତିବାଦ କରି କେବଳ ରାଜ୍ୟ ଭିତରୁ ନୁହେଁ ସମଗ୍ର ବିଶ୍ୱରୁ ପ୍ରତିବାଦର ସୁଅ ଛୁଟିଛି। ସେମାନେ କହିଥିଲେ, ନବ ଉତ୍କଳର ନିର୍ମାତା ମାନେ ରେଭେନ୍ସାର ନାମକରଣ କରିଥିଲେ। ରେଭେନ୍ସାର ନାମ ପାଇଁ ବ୍ରିଟିଶ ବିରୋଧି ଆନ୍ଦୋଳନ ଥମି ନଥିଲା ବରଂ ସ୍ୱାଧୀନତା ଆନ୍ଦୋଳନର କର୍ମକ୍ଷେତ୍ର ପାଲଟି ଯାଇଥିଲା ରେଭେନ୍ସା। ରେଭେନ୍ସାଭିୟାନର ପରିଚୟ ନେଇ ଛାତ୍ରମାନେ ସେଦିନ ବ୍ରିଟିଶ ୟୁନିୟନ ଜ୍ୟାକକୁ ପୋଡିଥିଲେ ସେହି ରେଭେନ୍ସା ଭିତରେ। ଗୋଲାମୀର ପରିସମାପ୍ତି ପାଇଁ ଲଢେଇର ନୂଆ ଭାଷା ପାଲଟିଥିଲା ରେଭେନ୍ସା। ଆଜି ରେଭେନ୍ସା ନାହିଁ ନଥିବା ସମସ୍ୟାରେ ଜର୍ଜରିତ। ଶହ ଶହ ଅଧ୍ୟାପକ ପଦବୀ ଫାଙ୍କା। ଛାତ୍ରୀ ଓ ଛାତ୍ର ମାନଙ୍କ ପାଇଁ ହଷ୍ଟେଲ ଅଭାବ ଫଳରେ ସେମାନେ ବହୁ ଅସୁବିଧାରେ ହେଉଛନ୍ତି। ଭିତ୍ତିଭୂମିର କୈାଣସି ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ନାହିଁ। ୨୦୧୭ ମସିହାରୁ ସେଠାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କୁଠାରଘାତ କରାଯାଇଛି। ତେଣୁ ରେଭେନ୍ସାର ମୈାଳିକ ମମସ୍ୟା ପାଖରୁ ନଜର ହଟାଇବା ପାଇଁ ନାମ ପରିବର୍ତ୍ତନର ଷଡଯନ୍ତ୍ ହୋଇଛି ବୋଲି ଛାତ୍ର ନେତା ମାନେ କହିଛନ୍ତି। ତେଣୁ ତୁରନ୍ତ ମନ୍ତ୍ରୀ ଏହି ହୀନ ଉଦ୍ୟମରୁ ନିବୃତ ରହି ରେଭେନ୍ସାର ମୈାଳିକ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବା, ନାମ ପରିବର୍ତ୍ତନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ରେଭେନ୍ସାର ଆଲୁମୁନିମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ରମୂଳକ ଭାବେ ଦିଆଯାଇଥିବା ମିଛ ଏତଲା ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି।
ରେଭେନ୍ସା ନାମ ପରିବର୍ତ୍ତନ: ଏଆଇଡିଏସ୍ଓର ବିକ୍ଷୋଭ












Leave a Reply