ସତର୍କ କଲା ହିଣ୍ଡେନବର୍ଗ, ଛାନିଆରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ଘଟିବାକୁ ଯାଉଛି କିଛି ବଡ଼ ଘଟଣା! ଏନେଇ ସତର୍କ କରାଇଛି ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ। ତେବେ ସତର୍କବାଣୀ ଶୁଣି ବିଶେଷକରି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ମଧ୍ୟ ଛାନିଆ ହୋଇ ପଡିଥିବେ! କାରଣ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯାହାକୁ ନେଇ ଆଦାନୀ ଗ୍ରୁପରେ ଚହଳ ପଡିଯାଇଥିଲା। ତେବେ ବର୍ତ୍ତମାନ ଏହି ହିେଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଭାରତରେ ଭୂକମ୍ପ ସୃଷ୍ଟି ହେବ ବୋଲି ଆଲର୍ଟ କରିଛି। ଆଉ ଆଦାନୀଙ୍କ ପରେ ପରବର୍ତ୍ତୀ କିଏ ଶିକାର ହେବାକୁ ଯାଉଛି ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।  ରିପୋର୍ଟ ଆସିବା ପରେ କେବଳ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇ ନ ଥିଲା, ତାହା ନୁହେଁ ବରଂ ପୁରା ଷ୍ଟକ ମାର୍କେଟରେ କମ୍ପନ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *