ସିମ ବକ୍ସ ଜବତ ଘଟଣା: ଧିରେଧିରେ ଖୋଲୁଛି ଗୁମର

ଭୁବନେଶ୍ୱର : ରାଜଧାନୀରୁ ସିମ ବକ୍ସ ଜବତ ହେବା ଘଟଣାରେ ଡିସିପି ପ୍ରତୀକ ସିଂହ ରବିବାରର ପ୍ରେସମିଟ କରିଛନ୍ତି। ସେ କହିଛନ୍ତି, କଟକରେ ସିମ୍‌ ବକ୍ସ ସେଟ୍‌ ଅପ ଥିଲା। ଅଭିଯୁକ୍ତ ରାଜୁ ମଣ୍ଡଳ ତଥ୍ୟ ଆଧାରରେ ସବୁଠି ଚଢ଼ାଉ ଚାଲିଛି। ଆବଶ୍ୟକ ହେଲେ ସାଇଣ୍ଟିଫିକ ଟିମ୍‌ର ଆବଶ୍ୟକ ନିଆଯିବ। ପୂରା ସିଣ୍ଡିକେଟ ଗୁମର ଖୋଲାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। କୋଲକାତା ପୋଲିସ ସାହାଯ୍ୟରେ ରାଜୁ ମଣ୍ଡଳର ପରିବାରକୁ ପଚରାଉଚରା ଚାଲିଛି। ତଦନ୍ତ ଚାଲିଛି, ସମୟ ଅନୁସାରେ ସବୁ ଏଜେନ୍ସିଙ୍କ ସହାୟତା ନିଆଯିବ। ହୱାଲା ଜରିଆରେ ବାଂଲାଦେଶରୁ ଭୁବନେଶ୍ବରକୁ ଟଙ୍କା ଆସୁଥିଲା। ବାଂଲାଦେଶ ସାମୀରେ ଥିବା କିଛି ଦୋକାନରେ ହୱାଲା ଚାଲୁଥିଲା। ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ବରରେ ସେଟ ଅପ କରୁଥିଲେ।

Leave a Reply

Your email address will not be published. Required fields are marked *