୨ୟ ଦାମୋଦର ମେମୋରିଆଲ୍ ଅଲ୍ ଇଣ୍ଡିଆ ଓପନ୍ କରାଟେ ଚାମ୍ପିୟନସିପ୍ -୨୦୨୪

ଭୁବନେଶ୍ୱର: ଦାମୋଦର ସ୍ପୋର୍ଟସ ଏକାଡେମୀ ଦ୍ୱାରା ଆୟୋଜିତ ୨ୟ ଦାମୋଦର ମେମୋରିଆଲ ଅଲ୍ ଇଣ୍ଡିଆ ଓପନ୍ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ରେଲୱେୟ ଇଣ୍ଡୋର ଷ୍ଟାଡିୟମ ସେପ୍ଟେମ୍ବର ମାସ ୧୫ ତାରିଖ ରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ବିଭିର୍ନ ଶିକ୍ଷା ଅନୁଷ୍ଠାନରୁ ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ (ଏସିପି) ଅଞ୍ଜନା ଟୁଡୁ, ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,(ଅଲମ୍ପିୟାନ) ଶ୍ରୀମତୀ ଅନୁରାଧା ବିଶ୍ୱାଳ ଏବଂ ତାଙ୍କ ସହିତ ମାନ୍ୟବର ଅତିଥି ଶ୍ରୀଯୁକ୍ତ ସୁରଥ ବିଶ୍ୱାଳ,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ,(ପୂର୍ବତନ ବାଚସ୍ପତି) ଟି.ଗୋପି ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୧୮୬ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ।ଓଡିଶାରୁ ୩୬ ଜଣ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ।ଶ୍ରେଷ୍ଠ ଟିମ୍ ଭାବେ ନାରାୟଣା ସ୍କୁଲ ଆଦିଖ ମେଡାଲ ହାସଲ କରିବାରେ ସଫଳ ହୋଇଥିଲା।ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ( କୀଟ୍ସ) ଶ୍ରୀ ସେଂସେଇ ବଳରାମ ନାୟକ ଏବଂ ଶ୍ରେଷ୍ଠ ବିଚାରପତି ଓ ରେଫ୍ରି ଭାବେ ସେଂସେଇ ବେଣୁଧର ଙ୍କୁ ସନ୍ନମାନିତ କରାଯାଇଥିଲା।ଏହି ସଫଳ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ସାଂସଦ ଆୟୋଜକ ମାନଙ୍କୁ ଅନେକ ଅନେକ ଶୁବେଛ୍ୟା ଜଣାଇଥିଲେ।

Leave a Reply

Your email address will not be published. Required fields are marked *