୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ: ସୁଲୋଚନା

ଭୁବନେଶ୍ୱର: ସ୍ଥାନୀୟ ଗାନ୍ଧୀମାର୍ଗରେ ଶନିବାର ‘ସୁଭଦ୍ରା’ ସଚେତନତା ରଥର ଶୁଭ ଉଦ୍‌ଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହୋଇ କହିଥିଲେ, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍‌ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ। ଏହାର କୌଣସି ସୀମା ନାହିଁ, ଶେଷ ହିତାଧିକାରୀ ଯାଏ ପଞ୍ଜୀକରଣ ଚାଲିବ। ଏଥିପାଇଁ ଗହଳି ନ କରି ଅପେକ୍ଷା କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ନେଇ ମେୟର ସୁଲୋଚନା ଦାସ କଡ଼ା ଟିପ୍ପଣୀ ଦେଇଛନ୍ତି। ଶ୍ରୀମତୀ ଦାସ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ।

 

 

Leave a Reply

Your email address will not be published. Required fields are marked *